Saturday 12 December 2015

ଜଗନ୍ନାଥ ଧାମ, ପୁରୀ

ଜଗନ୍ନାଥ ଧାମର କିଛି ଫୋଟୋକୁ ନେଇ ଏଥରର ବ୍ଲଗ..
Jagannatha Dham, Puri, Odisha. Some random clicks..



[ The day begins.. Meghanada Pacheri, Side wall of Jagannath Temple ]





[ Preparation for MahaPrasad - Man carrying Earthen pots known as Kudua..]






[Different colored Sweets near Bada Danda, Puri]






[ Cows in street. Common scene in Puri..]





[ Khaja/Pheni - Puri trip is incomplete without these sweet items ]






[Puri Gamuchha - Towels ]






[Street food - Bara, Piaji.. ]







[Puri Sea beach ]





                            [Jagannatha Temple, Side view]






[Back to Bhubaneswar..]

Monday 23 February 2015

#ରଥଯାତ୍ରାପୁରୀ

#RathYatraPuri  | ଯେଉଁ ମାନେ ଟୁଇଟର (twitter) ସହ ସମ୍ପୃକ୍ତ ସେମାନେ ଏମିତି ନାଁ ସହ ସୁପରିଚିତ | ଅନ୍ୟ ମାନଂକ ପାଇଁ କହିରଖେ, ଏ ହେଉଛି hashtag ଯାହା ଦ୍ବାରା ସୋସିଆଲ ମିଡ଼ିଆରେ ଗୋଟେ ବିଷୟ ଖୋଜିବା (search) ସହଜ ହୋଇଥାଏ | ବହୁ ଲୋକ ଗୋଟାଏ ବିଷୟରେ ଏକା ସମୟରେ  ଟୁଇଟ କଲେ ତାହା ଟ୍ରେଣ୍ଡ (trend) ହୋଇଯାଏ | ସର୍ବଶ୍ରେଷ୍ଠ ଦଶ ଟ୍ରେଣ୍ଡ କୁ ଦେଖି  ସେ ସମୟରେ ସୋସିଆଲ ମିଡ଼ିଆରେ କଣ ଚାଲିଛି ତାହା ଜଣା ପଡିଥାଏ |

ହାତ ଗଣତି କିଛି ଓଡ଼ିଆଙ୍କୁ ନେଇ ଆମ ଟୁଇଟର ଜଗତ | ଅନେକ ସମୟରେ ଆମେ ଟୁଇଟରରେ ଚେଷ୍ଟାକରୁ ଓଡ଼ିଶା କୁ ନେଇ କିଛି ଗୋଟେ ଟ୍ରେଣ୍ଡ କରିବାକୁ | କିନ୍ତୁ ସଂଖ୍ୟା ର ଅଭାବ | ଅନ୍ୟମାନେ ସେମାନଂକ କଳା, ସଂସ୍କୃତି କୁ ସାରା ବିଶ୍ବ ଆଗରେ ଉପସ୍ଥାପିତ କରୁଥିବା ବେଳେ ଆମେ ପଛରେ ପଡିଯାଉ | ଉତ୍କଳ ଦିବସ ରେ ବହୁ ଚେଷ୍ଟାକରି ବି ଆମେ ସଫଳ ହେଲୁନାହିଁ ଓଡ଼ିଶା କୁ ଟ୍ରେଣ୍ଡ କରିବାକୁ | ଶେଷରେ ଆମେ ସଫଳ ହେଲୁ ଆମ କଳା ଠାକୁରଂକ ରଥଯାତ୍ରା କୁ ଟ୍ରେଣ୍ଡ କରିବାରେ |




2014 ରଥଯାତ୍ରା ର କିଛି ଅନାବନା (random) ଟୁଇଟ କୁ ନେଇ ଏ ବ୍ଲଗ |

Rare old map b4 circa1800 showing Jagannath pagoda

 Jun 28
It's here! The originial, the biggest, the best! Happy Ratha Jatra, may Lord bless you and your loved ones #RathYatraPuri


The Rath Yatra of Jagannath dates back to the Period of the PURANAS ..the Brahma Purana,Padma Purana,Skanda Purana mention it #RathYatraPuri

Such beautiful relationship between Lord & Devotee! You can see this only in

Jagannatha Swamy Nayana Patha Gaami...Bhava Tumey! Jay Jagannath! It's d day when our beloved Lord goes on his annual outing!

Ki sundara besha mo Kalia Kanhu ra dekha Saaji hei chalile bada bhai o bhauni sahita:)

"Jagannatha is the ocean of mercy & the true friend of all the worlds." - Adi Shankaracharya

Cherra Pahanra starts :) An age old tradition of the king sweeping the chariot before it is pulled.

Sankaracharya skips his customary ritual of mounting on chariots and venerating The Trinity. Black day for Jagannath culture.

Homesickness reaches peak on occasions like Rath Jatra. You have to be an NRO - Non-resident Odia to actually feel the agony #RathYatrapuri

ଆଗେ ଚଳେ ବଳଭଦ୍ର ମଧ୍ୟେ ଚାନ୍ଦ ମୁହିଁରେ... ପଛେ ଆସୁଛି କାଳିଆ ଗହଳ ଲଗାଇ...

My Mom used 2 tell me shows us how entrenched Rashtra Dharma is in Sanatani traditions. King sweeps the chariots of deities.

Darpadalana is guarded by Jayadurga, and the charioteer is Arjuna, Flag is called Nadambika

Hey @e_chitrakar, ଭାଇନା ହୋ, ଭିଡ଼ ରେ ହଜିଗଲ କି ?? କାହିଁ ଦିଶୁନା ??


ସର୍ବ ଆତ୍ମ ନନ୍ଦିଘୋଷ ବିଜେ ତହିଁ ଜଗନ୍ନାଥ ଜୀବନ ବଡ଼ ଦାଣ୍ଡ ରେ ନୀତି ଚାଲେ ରଥ ଯାତ |

1)Raja of Puri, Gajapati Maharaj, head of the temple Mngmnt, performs the duties of a sweeper, Chera Pohara, on the chariot.

ରଥଯାତ୍ରା ପୁରୀ : ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ବ୍ୟବହୃତ କାଠର ସଂଖ୍ୟା ୭୪୨ ଖଣ୍ଡ

That first view of Jagannath... The 'taahia' swaying back and forth is one of the greatest spectacle, moves people to tears..

 Jun 28
Presiding Deities TALADHWAJA Ratha Ganesh, Kartikeya, Sarvamangala,Pralambari..

Jagannath swamy nayana pathagami bhabatume

Watch on to know all about Jagannath temple, Car festival & Lord Jagannath.

Normally, He trends over hearts of Hindus in general & Odias in particular. Today Lord Jagannath trends on Twitter as well.

top trending in India now.

Finally we made it to top trend in , . Thnx for contri

|| ଜୟ ଜଗନ୍ନାଥ ||



Friday 20 February 2015

ଶ୍ରୀଜଗନ୍ନାଥ

ଦିନେ ଏମିତି ଅନ୍ୟମନସ୍କ ଭାବରେ ଟିଭି ରିମୋଟ ବଦଳଉ ବଦଳଉ ଅଟକିଗଲି ହଠାତ |  ଟିଭିରେ ଆସୁଥାଏ ଜଗନ୍ନାଥ ମନ୍ଦିର ର ଭିତର ବେଢା ର ଦୃଶ୍ୟ | ଭକ୍ତ ମାନଙ୍କର ଯିବା ଆସିବା ଲାଗି ରହିଥାଏ | କିଛି ପଣ୍ଡା ଛିଡାହୋଇ କଥା ହେଉଥାନ୍ତି | ମନେହେଲା କେହି ଯେମିତି ପୁରୀ ଶ୍ରୀମନ୍ଦିରର ପାଟ ଅଗଣାରୁ ତୋଳି ଆଣିଛି ଏ ଦୃଶ୍ୟ | କଥାବାର୍ତା, ଚାଲିଚଳଣ, ବେଶଭୁଷା ଆଉ ମନ୍ଦିରର ପରିବେଶ କୁ କେହି ଯେମିତି  ଅବିକଳ ଗୋଟାଇ ଆଣିଛି ନିଜ କ୍ୟାମେରାରେ | ଦେଖୁଦେଖୁ ପୁରା ଅଧ୍ୟାୟ ଟି ଦେଖିଦେଲି | କିନ୍ତୁ କାହାଣୀ କାହାକୁ ନେଇ ହୋଇଛି ତାହା ଟିକେ ବି ବୁଝା ପଡିଲା ନାହିଁ  | ଉତ୍କଂଠା ର ସହ ଅପେକ୍ଷା କରି ରହିଲି ପରଦିନର ଅଧ୍ୟାୟକୁ |

ତରଂଗ ଟିଭି ଦ୍ବାରା ପ୍ରଯୋଜିତ କଳା ଠାକୁରଙ୍କ ଉପରେ ଆଧାରିତ ମେଗା ସିରିଏଲ "ଶ୍ରୀଜଗନ୍ନାଥ" | ଜଗନ୍ନାଥଙ୍କର ଅନେକ ଜଣା ଆଉ ଅଜଣା ତଥ୍ୟ, କାହାଣୀକୁ ନେଇ ଏ ସିରିଏଲ | ଏ ଯୋଉ ଅଧ୍ୟାୟ ବାବଦରେ ମୁଁ ଲେଖୁଛି ତାହା ଗୀତ ଗୋବିନ୍ଦ ର ଲେଖକ କବି ଜୟଦେବଙ୍କ ଉପରେ ପର୍ଯ୍ୟବେଷିତ |


ଆଜିକାଲିର ଓଡିଆ ସିରିଏଲ କିମ୍ବା ଚଳଚିତ୍ର ଉପରେ କିଛି ନକହିବା ଭଲ | ଅନ୍ଧ ଭାବରେ ନକଲ କରାଯାଉଥିବା ସୃଜନଶୀଳତା ବିହିନ ଇଏ ଏକ ଶିଳ୍ପ ପରି ମନେହୁଏ | ଅଭିନୟ ଜାଗାରେ ଏଠି କଣ ଯେ ସବୁ ପ୍ରସ୍ତୁତ କରାହୁଏ, ତାହା କେବଳ ସେମାନଙ୍କୁ ଜଣା | ଏ ସିରିଏଲ ଟି ଅଚାନକ ମୋ ଦୃଷ୍ଟିକୋଣ  ବଦଳାଇ ଦେଲା | କାହାଣୀ, ସଂଳାପ, ଚରିତ୍ର, ସେଟ.. ସବୁଗୁଡିକୁ ଅତି ଗଭୀର ଭାବରେ ଅନୁଶୀଳନ କରାଯାଇଛି ଏ ସିରିଏଲ ଟି ପ୍ରସ୍ତୁତ କଲାବେଳେ | ଶ୍ରୀମନ୍ଦିର, ପାଟ ଅଗଣା, ରତ୍ନ ସିଂହାସନ, ଆଉ ରତ୍ନ ସିଂହାସନ ଉପରେ ଚତୁର୍ଧା ମୁର୍ତ୍ତୀ.. ସବୁ ଯେମିତି କାର୍ବନ କପି ଶ୍ରୀକ୍ଷେତ୍ର ର | ପଣ୍ଡା ମାନଙ୍କର ବ୍ୟବହାର, କଥାବାର୍ତ୍ତା, ବେଶଭୁଷା.. ଭକ୍ତ ର ମହା ପ୍ରଭୁଙ୍କ ଠାରେ ଥିବା ଅନାବିଳ ଶ୍ରଦ୍ଧା.. କୋଉଠି ଯେମିତି ଟିକେ ବି ଉଣା ହୋଇନି | ନା କମ.. ନା ଅତିରଂଜିତ | ନିଛକ ପ୍ରତିଛବି ଶ୍ରୀମନ୍ଦିର ପରିବେଶ ର | ଏତେ ସୁକ୍ଷ୍ମ ଭାବରେ ଅନୁଧ୍ୟାନ କରି ପ୍ରସ୍ତୁତ କରା ହୋଇଥିବା ସିରିଏଲ ଟିକୁ ଦେଖି ମନ କୁଣ୍ଡେମୋଟ ହୋଇଗଲା | ଗୋଟେ ଉଦାହରଣ ଦେଲେ ଯଥେଷ୍ଟ ହେବ ଏଠି | ସବାରୀ ରେ ଝିଅଟିଏ ଯିବାର ଦୃଶ୍ୟ | ସବାରୀଟି ଚିତ୍ରିତ ହୋଇଛି ଓଡିଆ ପାରମ୍ପରିକ ଚିତ୍ରକଳା ରେ | ତା ସହ ସବାରୀ ବାଲାଙ୍କ "ଧାକୁନ ଧାବଲ " ଗୀତ.. ନିଃସନ୍ଦେହ ଭାବରେ କୁହାଯାଇ ପାରିବ ଯେ ସେତେବେଳର ସମୟକୁ ଚିତ୍ରିତ କରିବାରେ ସଫଳ ହୋଇଛି ଏ ସିରିଏଲ ଟି |

କାହାଣୀ
------
ଜୟଦେବ, ପଦ୍ମାବତୀ, କେତକୀ.. ଏହି ତିନି ମୁଖ୍ୟ ଚରିତ୍ର କୁ ନେଇ ହୋଇଛି ଏ ଅଧ୍ୟାୟ | ଆଉ କିଛି ଚରିତ୍ର ଯେମିତି ବାଉଆଁ, ପରାଶର, ସାହୁକାର ଆଦିଙ୍କୁ ନେଇ ଗତିଶୀଳ ହୋଇଛି କାହାଣୀଟି | କହିବା ବାହୁଲ୍ୟ ଜଗନ୍ନାଥ ହିଁ ମୁଖ୍ୟ ନାୟକ ଏ କାହାଣୀ ରେ |

କେନ୍ଦୁଲି ଗାଁ ବ୍ରାହ୍ମଣ ଶାସନ ର ଛୁଆ ଗୋସେଇଁ ଆଉ ତାଙ୍କ ବାଲ୍ୟ ସଖୀ କେତକୀ | ଛୁଆ ଗୋସେଇଁ ରୁ କବି ଜୟଦେବ ହେବା ପଛରେ ରହିଛି ସଖୀର ଅନୁପ୍ରେରଣା | ବାଳକ ଜୟଦେବକୁ ଲେଖାଲେଖି ଦିଗରେ ପିଲାବେଳୁ ଅନୁପ୍ରେରିତ କରି ଆସିଛି ସଖୀ କେତକୀ | କିନ୍ତୁ ସାଂଗ ମାନଙ୍କ ପରିହାସ ସେ ଯାତ୍ରା ରେ ସୃଷ୍ଟି କରିଛି ଅବରୋଧ | କ୍ରମେ ସମୟ ଗଡି ଚାଲିଛି | ବାଳକ ଜୟଦେବ ହୋଇଛନ୍ତି ଯୁବକ |

ଦିନେ ଦକ୍ଷିଣ ର ଜଣେ ବ୍ରାହ୍ମଣ ନିଜ ପୂର୍ବ ସଂକଳ୍ପ ଅନୁଯାୟି ଆସନ୍ତି ଶ୍ରୀକ୍ଷେତ୍ର | ନିଃସନ୍ତାନ ଥିବା ଏହି ବ୍ରାହ୍ମଣ ସଂକଳ୍ପ କରିଥିଲେଯେ ନିଜ ପ୍ରଥମ ସନ୍ତାନକୁ ଜଗନ୍ନାଥଙ୍କୁ ଅର୍ପଣ କରିବେ | ତେଣୁ  ପୂର୍ବ ସଂକଳ୍ପ ଅନୁସାରେ ନିଜ ପ୍ରଥମ କନ୍ୟା ସନ୍ତାନ  ପଦ୍ମାବତୀଙ୍କୁ 17 ବର୍ଷ ହେଲା ପରେ ଅର୍ପଣ କରନ୍ତି ଜଗନ୍ନାଥଙ୍କ ନିକଟରେ | ଶ୍ରୀମନ୍ଦିର ର ନୀତି ସ୍ବତନ୍ତ୍ର | ଏଠି ମନ୍ଦିରରେ କୌଣସି ନାରୀ ଜଗନ୍ନାଥଙ୍କ ସେବା କରିବାର ପ୍ରଥା ନାହିଁ | ତେଣୁ ପଣ୍ଡାମାନେ କନ୍ୟା କୁ ଫେରେଇ ନେବାକୁ ଉପଦେଶ ଦିଅନ୍ତି | ବ୍ରାହ୍ମଣ କିନ୍ତୁ ନିର୍ବିକାର | ଜଗନ୍ନାଥଙ୍କ ସେବା ରେ ଲାଗି କରିବାକୁ ପଣ କରିଛନ୍ତି ଯେତେବେଳେ ସେ ଆଉ ନିଜ କନ୍ୟା କୁ ଫେରେଇ ନେଇ ପାରିବେ ନାହିଁ | ସମସ୍ୟା ର ସମାଧାନ ହେବ କେମିତି !! ଶେଷକୁ ଜଗନ୍ନାଥଙ୍କ ସ୍ବପ୍ନାଦେଶ ହୋଇଛି | ଏ କନ୍ୟାକୁ ତାଙ୍କ ପରମ ଭକ୍ତ ଜୟଦେବଙ୍କ ସହ  ବିବାହ ଦିଆଯାଉ | ଏ ଦୁଇ ଭକ୍ତଙ୍କ ଦ୍ବାରା ଭବିଷ୍ୟତରେ ଅନେକ କାର୍ଯ୍ୟ ସମ୍ପାଦିତ ହେବାର ଅଛି |

ଏମିତି ଭାବରେ କାହାଣୀ ଆଗକୁ ବଢ଼େ ଜୟଦେବଙ୍କ ମହାକାବ୍ୟ "ଗୀତ ଗୋବିନ୍ଦ" ଲେଖିବାକୁ କେନ୍ଦ୍ରିଭୁତ କରି |

|| ଜୟ ଜଗନ୍ନାଥ ||




Friday 6 February 2015

ମୋ ଭାଇ ଜଗନ୍ନାଥ


ଆଠ ବର୍ଷର କୁନି ଝିଅଟିଏ । ସ୍କୁଲରେ ପଢ଼େ ପାଞ୍ଚ ଭଉଣୀଙ୍କ ମଧ୍ୟରୁ ସେ ମଝିଆ । ଭାଇ ନାହିଁ ସାଙ୍ଗସାଥୀଙ୍କୁ ଦେଖି ବେଳେବେଳେ ମା'ଙ୍କୁ ପଚାରେ ଝିଅଟି,
 
"ମା, ସମସ୍ତଙ୍କର ତ ଭାଇ ଅଛନ୍ତି । ମୋର କଣ ପାଇଁ ଭାଇ ନାହିଁ?

ମା' ବୁଝେଇ କୁହନ୍ତି, 

"କିଏ କହିଲା ତୋର ଭାଇ ନାହିଁ ବୋଲି । ତୋ ଭାଇ ପରା ନିଜେ ଜଗନ୍ନାଥ । ସେ ଆମ ସଖା, ସାଥୀ, ସହୋଦର । ଯେ ଯେମିତି ଭାବରେ ତାଙ୍କୁ ଡାକେ, ସେ ସେମିତି ଭାବରେ ତାଙ୍କୁ ପାଏ । ତୁ ତାଙ୍କୁ ତୋର ଭାଇ କର ।"

କୁନି ଝିଅଟି ମା'ଙ୍କର କଥା ଶୁଣି ବୁଝିଯାଏ | ଆଉ ମନେ ମନେ ସ୍ଥିର କରିନିଏ ତା' ଭାଇ ହେଉଛନ୍ତି ଜଗନ୍ନାଥ |

ଦିନେ ସ୍କୁଲ ଗଲାବେଳେ ଝିଅଟି ଦେଖିଲା ଦୋକାନ ମାନଙ୍କରେ ରଙ୍ଗ ବେରଙ୍ଗର ଭଳିକି ଭଳି ରାକ୍ଷୀ ବିକ୍ରି ହେଉଛି| ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା | ସାଙ୍ଗମାନେ କିଏ କେଉଁ ରଙ୍ଗର, କେଉଁ ପ୍ରକାରର ରାକ୍ଷୀ ସବୁ କିଣିବେ ତାହା କଥାବାର୍ତ୍ତା ହେଉଥାନ୍ତି | କିଏ କହୁଥାଏ ମୁଁ ଏ ଲାଲ ରଙ୍ଗର ରାକ୍ଷୀ କିଣିବି ତ ଆଉ କିଏ କହୁଥାଏ ମୁଁ ଏ ହଳଦି ରଙ୍ଗର | କୁନିଝିଅଟି କିନ୍ତୁ ଭାବୁଥାଏ କେମିତି ସେ ବାନ୍ଧିବ ରାକ୍ଷୀ ତା ଭାଇ ହାତରେ | ସେ ତ ଭାଇ କରିଛି ଏମିତି ଜଣଙ୍କୁ, ଯିଏ ରହୁଛି ତା ଠାରୁ ବହୁ ଦୁରରେ | ଦୂର ନୀଳାଚଳରେ | ଝିଅଟି ସ୍ଥିର କଲା ତା ଭାଇକୁ ସେ ରାକ୍ଷୀ ପଠାଇବ ଡାକରେ..

                          **********     

ଜଗନ୍ନାଥ ମନ୍ଦିର, ପୁରୀ | ରାତି ପ୍ରାୟ ଦଶଟା କି ଏଗାରଟା ହେବ | ରେଖା ପଞ୍ଚମୀ ପାଇଁ ପ୍ରଭୁଙ୍କ ଅଳଙ୍କାର ମରାମତି କାମ ଚାଲିଥାଏ | ନାଭିକଟା ମଣ୍ଡପରେ ବସି ସେ କାମକୁ ତଦାରଖ କରୁଥାନ୍ତି ଶ୍ରୀମନ୍ଦିରର ଜଣେ ପ୍ରଶାସକ | ରାକ୍ଷୀ ପୂର୍ଣ୍ଣିମା ବଳଦେବ ଜନ୍ମ ପାଇଁ ଆଜି ମନ୍ଦିରରେ ଦିନସାରା ଅନେକ ଭିଡ଼ | ଯଦିଓ ଗହଳ ଚହଳ ଏବେ କମି ଆସିଲାଣି | କିଛି ସମୟ ପରେ ମହାପ୍ରଭୁଙ୍କ ଶୟନ ନୀତି ଆରମ୍ଭ ହେବ | 

କେହି ଜଣେ କର୍ମଚାରୀ ଆସି ବଢ଼ାଇ ଦେଲା ଏକ ଲଫାଫା ପ୍ରଶାସକଙ୍କ ହାତକୁ | ପ୍ରାୟତଃ ଚିଠି ସବୁ ମନ୍ଦିର ଅଫିସକୁ ଆସିଥାଏ | ଡାକବାଲା ସବୁ ଚିଠି ଦିନବେଳା ଅଫିସରେ ଦେଇଯାଇଥାଏ |

ଏ ସମୟରେ କିଏ ଆଉ ଚିଠିଟି ଦେଲା !!  

ଲଫାଫା ଖୋଲି ଦେଖିଲେ ପ୍ରଶାସକ | ଭିତରେ ଥିଲା ଗୋଟେ ପାଞ୍ଚ ଟଙ୍କିଆ ନୋଟ ସହ ଏକ ଚିଠି | ଚିଠିଟି କଲମ କାଳିରେ ଲେଖା ଯାଇଥିଲା ବୋଧେ | କିଛି ଅକ୍ଷର ପାଣି ପଡି ଝାପସା ଲିଭି ଯାଇଥାଏ |

"ମହାଶୟ, ମୁଁ ଅତ୍ୟାଶା | ଆମ ଘର ଜଗତସିଂହପୁରରେ | ଆମେ ପାଞ୍ଚ ଭଉଣୀ | ଆମର ଭାଇ ନାହିଁ | ମୁଁ ପ୍ରଭୂ ଜଗନ୍ନାଥଙ୍କୁ ମୋ ଭାଇ କରିଛି | ଆପଣଙ୍କୁ ଅନୁରୋଧ ରହିଲା, ଏ ଲଫାଫାରେ ଥିବା ପଇସାରେ ଗୋଟେ ରାକ୍ଷୀ କିଣି ରାକ୍ଷୀ ପୂର୍ଣ୍ଣିମା ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ପିନ୍ଧାଇ ଦେବେ | 
ମୁଁ ଆପଣଙ୍କ ଅନେକ ଲେଖା ପତ୍ର ପତ୍ରିକାରେ ପଢ଼ିଛି | ସେଇଠାରୁ ଆପଣଙ୍କ ଠିକଣା ପାଇ ଏ ଚିଠି ପଠାଉଛି | ..." 

ଚିଠିଟି ପଢି ଆଖି ଛଳଛଳ ହୋଇଗଲା ପ୍ରଶାସକଙ୍କର | ଆଉ ଟିକେ ଡେରି ହୋଇଥିଲେ ବୋଧେ ଏ ଚିଠି ପଠାଇଥିବା ଝିଅଟିର ଅନୁରୋଧ ସେ ପୁରଣ କରିପାରି ନଥାନ୍ତେ | କର୍ମଚାରୀକୁ ଡାକି ପଚାରିଲେ କିଏ ଏ ଚିଠି ଆଣିଥିଲା ବୋଲି | କର୍ମଚାରୀ କହିଲା ମୋତେ ଅମୁକ ଲୋକ ଦେଇଥିଲା | ସେ ଲୋକକୁ ପଚାରିବାରୁ ସେ କହିଲା ମୋତେ ସମୁକ ଲୋକ ଦେଇଥିଲା | ହେଲେ ଚିଠିଟି ଡାକବାଲା ହାତରୁ କେମିତି କାହା ପାଖକୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି | 

ଶ୍ରୀମନ୍ଦିରର ଜଣେ ପ୍ରଶାସକ ହୋଇଥିବାରୁ ପଣ୍ଡା ସେବାୟତଙ୍କ ସହ ଭଲ ସମ୍ପର୍କ ଥାଏ ତାଙ୍କର | ଝିଅଟି ପଠାଇଥିବା ପଇସାରେ ସେ ଦୁଇଟି ରାକ୍ଷୀ ଓ ଗୋଟେ ଦୀପ କିଣି ସେବାୟତଙ୍କୁ ଦେଲେ ଆଉ ଅନୁରୋଧ କଲେ ରାକ୍ଷୀକୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ବାନ୍ଧିଦେବା ପାଇଁ 

ସେବାୟତମାନେ ରାକ୍ଷୀ ଦୁଇଟି ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ବାନ୍ଧି ଦେଉଥିବା ବେଳେ ପ୍ରଶାସକଙ୍କର ଆଖିକୋଣରୁ ଝରି ଯାଉଥାଏ ଧାର ଧାର ହୋଇ ଦୁଇଧାର ଲୁହ | 

ଧନ୍ୟ ତୁମେ ଲୀଳାମୟ..

( ମୂଳଲେଖାଟି "ପ୍ରମେୟ" ଖବରକାଗଜରେ ପ୍ରକାଶିତ ହୋଇଥିଲା, ଯାହା ବହୁତ ହୃଦୟସ୍ପର୍ଶୀ ହୋଇଥିଲା | ଯେତିକି ମନେ ରଖିଛି ତାହାକୁ ନିଜ ଭାଷାରେ ନୂଆ ରୁପରେ ଲେଖିବାକୁ ଚେଷ୍ଟା କରିଛି ମାତ୍ର )

|| ଜୟ ଜଗନ୍ନାଥ ||