Friday 5 December 2014

ଜଗନ୍ନାଥ ମନ୍ଦିର, ଚେନ୍ନାଇ

ଚେନ୍ନାଇର ଜଗନ୍ନାଥ ମନ୍ଦିର | ଓଡ଼ିଆ କଳା ସଂସ୍କୃତିର ଏକ ଛୋଟିଆ ନିଦର୍ଶନ |

ECR ରୋଡ ରେ ମହାବଲିପୁରମ୍ ଆଡେ ଗଲେ ବାଟ ରେ ପଡ଼େ Kannathur | ମେନ୍ ରାସ୍ତା ରୁ ଏକ କି.ମି. ବାମ ଆଡକୁ ଗଲେ ପଡିବ ଏହି ମନ୍ଦିର ଟି |

ଛୋଟ ମନ୍ଦିର ଟିଏ | ମାତ୍ର କେଇ ହାତ ଦୁର ରେ ସମୁଦ୍ର | ଶାନ୍ତ ସୁନ୍ଦର ପରିବେଶ | କେହି କେହି ଏହାକୁ ଦକ୍ଷିଣ କ୍ଷେତ୍ର ମଧ୍ୟ କହୁଛନ୍ତି |
ଚେନ୍ନାଇ ରେ ରହି ଆପଣ ଯଦି ଓଡିଆ ଭାଷା ସଂସ୍କୃତି ଓ ଓଡିଶା ର ବଡ ଠାକୁରଙ୍କୁ ମିସ୍ କରୁଥାନ୍ତି, ତେବେ ଏଠାକୁ ନିଶ୍ଚୟ ଥରେ ବୁଲି ଆସନ୍ତୁ |

                                                                                     





                                                                       
                                                                       

ଦକ୍ଷିଣ ଭାରତର ମନ୍ଦିର ସବୁର ନିର୍ମାଣ ଶୈଳୀ ଟିକେ ଅଲଗା ପ୍ରକାରର | ଜଗନ୍ନାଥ ମନ୍ଦିର ଏଠି କିନ୍ତୁ ବହନ କରିଛି ଉତ୍କଳିୟ କଳା ଭାସ୍କର୍ଯ୍ୟ ର ଏକ ସ୍ବତନ୍ତ୍ର  ପରିଚୟ |

ପଥର ରେ ଯେଉଁଠି ଲେଖାହୁଏ କବିତା |
ପଥର ଯେଉଁଠି କଥା କୁହେ, ପଥର ଯେଉଁଠି ଶୁଣାଏ ଆମ ଗୌରବ ଗାଥା |
ଧନ୍ୟ ସେ ଉତ୍କଳ... ଧନ୍ୟ ସେ ଶିଳ୍ପୀ |
|| ଜୟ ଜଗନ୍ନାଥ ||

3 comments:

  1. ଅତି ସୁନ୍ଦର ଲେଖା ଓ ଚିତ୍ର! ମୁଁ ବି ଚେନ୍ନାଇ ରେ ରହିଲାବେଳେ ଏଠାକୁ ଅନେକ ଥର ଯାଇଛି। ଅତି ଶାନ୍ତ, ସୁନ୍ଦର, ମନମୋହନୀୟ ପରିବେଶ!

    ଏହାକୁ ଲେଖି ସମସ୍ତଙ୍କୁ ସୂଚିତ କରିବା ପାଇଁ ଅଶେଷ ଧନ୍ୟବାଦ! ଜୟ ଜଗନ୍ନାଥ! :)

    ReplyDelete
    Replies
    1. ମତାମତ ପାଇଁ ଧନ୍ୟବାଦ | ଜୟ ଜଗନ୍ନାଥ :)

      Delete
  2. ମୁଁ ତ କେବେ ଚେନ୍ନାଇ ଯାଇନାହିଁ, ଯଦି କେବେ ଯାଏ, ନିଶ୍ଚିତଭାବେ ଏହି ସ୍ଥାନ ଦର୍ଶନ କରିବି । ଜଗନ୍ନାଥ ଯେଉଁଠି, ଆମେ ସେଇଠି । ଚିତ୍ରରୁ ମନ୍ଦିରର ଶାନ୍ତି ଓ ବାତାବରଣ ପରିଲକ୍ଷିତ ହେଉଛି । ସତେ ପୂରା ଜୀବନ୍ତ ଲାଗୁଛି ।

    ReplyDelete