ଆଠ ବର୍ଷର କୁନି ଝିଅଟିଏ । ସ୍କୁଲରେ ପଢ଼େ । ପାଞ୍ଚ ଭଉଣୀଙ୍କ ମଧ୍ୟରୁ ସେ ମଝିଆ । ଭାଇ ନାହିଁ । ସାଙ୍ଗସାଥୀଙ୍କୁ ଦେଖି ବେଳେବେଳେ ମା'ଙ୍କୁ ପଚାରେ ଝିଅଟି,
"ମା, ସମସ୍ତଙ୍କର ତ ଭାଇ ଅଛନ୍ତି । ମୋର କଣ ପାଇଁ ଭାଇ ନାହିଁ?"
ମା' ବୁଝେଇ କୁହନ୍ତି,
"କିଏ କହିଲା ତୋର ଭାଇ ନାହିଁ ବୋଲି । ତୋ ଭାଇ ପରା ନିଜେ ଜଗନ୍ନାଥ । ସେ ଆମ ସଖା, ସାଥୀ, ସହୋଦର । ଯେ ଯେମିତି ଭାବରେ ତାଙ୍କୁ ଡାକେ, ସେ ସେମିତି ଭାବରେ ତାଙ୍କୁ ପାଏ । ତୁ ତାଙ୍କୁ ତୋର ଭାଇ କର ।"
କୁନି ଝିଅଟି ମା'ଙ୍କର କଥା ଶୁଣି ବୁଝିଯାଏ | ଆଉ ମନେ ମନେ ସ୍ଥିର କରିନିଏ ତା' ଭାଇ ହେଉଛନ୍ତି ଜଗନ୍ନାଥ |
ଦିନେ ସ୍କୁଲ ଗଲାବେଳେ ଝିଅଟି ଦେଖିଲା ଦୋକାନ ମାନଙ୍କରେ ରଙ୍ଗ ବେରଙ୍ଗର ଭଳିକି ଭଳି ରାକ୍ଷୀ ବିକ୍ରି ହେଉଛି| ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା | ସାଙ୍ଗମାନେ କିଏ କେଉଁ ରଙ୍ଗର, କେଉଁ ପ୍ରକାରର ରାକ୍ଷୀ ସବୁ କିଣିବେ ତାହା କଥାବାର୍ତ୍ତା ହେଉଥାନ୍ତି | କିଏ କହୁଥାଏ ମୁଁ ଏ ଲାଲ ରଙ୍ଗର ରାକ୍ଷୀ କିଣିବି ତ ଆଉ କିଏ କହୁଥାଏ ମୁଁ ଏ ହଳଦି ରଙ୍ଗର | କୁନିଝିଅଟି କିନ୍ତୁ ଭାବୁଥାଏ କେମିତି ସେ ବାନ୍ଧିବ ରାକ୍ଷୀ ତା ଭାଇ ହାତରେ | ସେ ତ ଭାଇ କରିଛି ଏମିତି ଜଣଙ୍କୁ, ଯିଏ ରହୁଛି ତା ଠାରୁ ବହୁ ଦୁରରେ | ଦୂର ନୀଳାଚଳରେ | ଝିଅଟି ସ୍ଥିର କଲା ତା ଭାଇକୁ ସେ ରାକ୍ଷୀ ପଠାଇବ ଡାକରେ..
**********
ଜଗନ୍ନାଥ ମନ୍ଦିର, ପୁରୀ | ରାତି ପ୍ରାୟ ଦଶଟା କି ଏଗାରଟା ହେବ | ରେଖା ପଞ୍ଚମୀ ପାଇଁ ପ୍ରଭୁଙ୍କ ଅଳଙ୍କାର ମରାମତି କାମ ଚାଲିଥାଏ | ନାଭିକଟା ମଣ୍ଡପରେ ବସି ସେ କାମକୁ ତଦାରଖ କରୁଥାନ୍ତି ଶ୍ରୀମନ୍ଦିରର ଜଣେ ପ୍ରଶାସକ | ରାକ୍ଷୀ ପୂର୍ଣ୍ଣିମା ଓ ବଳଦେବ ଜନ୍ମ ପାଇଁ ଆଜି ମନ୍ଦିରରେ ଦିନସାରା ଅନେକ ଭିଡ଼ | ଯଦିଓ ଗହଳ ଚହଳ ଏବେ କମି ଆସିଲାଣି | କିଛି ସମୟ ପରେ ମହାପ୍ରଭୁଙ୍କ ଶୟନ ନୀତି ଆରମ୍ଭ ହେବ |
କେହି ଜଣେ କର୍ମଚାରୀ ଆସି ବଢ଼ାଇ ଦେଲା ଏକ ଲଫାଫା ପ୍ରଶାସକଙ୍କ ହାତକୁ | ପ୍ରାୟତଃ ଚିଠି ସବୁ ମନ୍ଦିର ଅଫିସକୁ ଆସିଥାଏ | ଡାକବାଲା ସବୁ ଚିଠି ଦିନବେଳା ଅଫିସରେ ଦେଇଯାଇଥାଏ |
ଏ ସମୟରେ କିଏ ଆଉ ଚିଠିଟି ଦେଲା !!
ଲଫାଫା ଖୋଲି ଦେଖିଲେ ପ୍ରଶାସକ | ଭିତରେ ଥିଲା ଗୋଟେ ପାଞ୍ଚ ଟଙ୍କିଆ ନୋଟ ସହ ଏକ ଚିଠି | ଚିଠିଟି କଲମ କାଳିରେ ଲେଖା ଯାଇଥିଲା ବୋଧେ | କିଛି ଅକ୍ଷର ପାଣି ପଡି ଝାପସା ଲିଭି ଯାଇଥାଏ |

"ମହାଶୟ, ମୁଁ ଅତ୍ୟାଶା | ଆମ ଘର ଜଗତସିଂହପୁରରେ | ଆମେ ପାଞ୍ଚ ଭଉଣୀ | ଆମର ଭାଇ ନାହିଁ | ମୁଁ ପ୍ରଭୂ ଜଗନ୍ନାଥଙ୍କୁ ମୋ ଭାଇ କରିଛି | ଆପଣଙ୍କୁ ଅନୁରୋଧ ରହିଲା, ଏ ଲଫାଫାରେ ଥିବା ପଇସାରେ ଗୋଟେ ରାକ୍ଷୀ କିଣି ରାକ୍ଷୀ ପୂର୍ଣ୍ଣିମା ଦିନ ମହାପ୍ରଭୁ ଜଗନ୍ନାଥଙ୍କୁ ପିନ୍ଧାଇ ଦେବେ |
ମୁଁ ଆପଣଙ୍କର ଅନେକ ଲେଖା ପତ୍ର ପତ୍ରିକାରେ ପଢ଼ିଛି | ସେଇଠାରୁ ଆପଣଙ୍କ ଠିକଣା ପାଇ ଏ ଚିଠି ପଠାଉଛି | ..."
ମୁଁ ଆପଣଙ୍କର ଅନେକ ଲେଖା ପତ୍ର ପତ୍ରିକାରେ ପଢ଼ିଛି | ସେଇଠାରୁ ଆପଣଙ୍କ ଠିକଣା ପାଇ ଏ ଚିଠି ପଠାଉଛି | ..."
ଚିଠିଟି ପଢି ଆଖି ଛଳଛଳ ହୋଇଗଲା ପ୍ରଶାସକଙ୍କର | ଆଉ ଟିକେ ଡେରି ହୋଇଥିଲେ ବୋଧେ ଏ ଚିଠି ପଠାଇଥିବା ଝିଅଟିର ଅନୁରୋଧ ସେ ପୁରଣ କରିପାରି ନଥାନ୍ତେ | କର୍ମଚାରୀକୁ ଡାକି ପଚାରିଲେ କିଏ ଏ ଚିଠି ଆଣିଥିଲା ବୋଲି | କର୍ମଚାରୀ କହିଲା ମୋତେ ଅମୁକ ଲୋକ ଦେଇଥିଲା | ସେ ଲୋକକୁ ପଚାରିବାରୁ ସେ କହିଲା ମୋତେ ସମୁକ ଲୋକ ଦେଇଥିଲା | ହେଲେ ଚିଠିଟି ଡାକବାଲା ହାତରୁ କେମିତି କାହା ପାଖକୁ ଆସିଲା, ତାହାର କୌଣସି ସନ୍ତୋଷଜନକ ଉତ୍ତର ମିଳିଲାନି |
ଶ୍ରୀମନ୍ଦିରର ଜଣେ ପ୍ରଶାସକ ହୋଇଥିବାରୁ ପଣ୍ଡା ସେବାୟତଙ୍କ ସହ ଭଲ ସମ୍ପର୍କ ଥାଏ ତାଙ୍କର | ଝିଅଟି ପଠାଇଥିବା ପଇସାରେ ସେ ଦୁଇଟି ରାକ୍ଷୀ ଓ ଗୋଟେ ଦୀପ କିଣି ସେବାୟତଙ୍କୁ ଦେଲେ ଆଉ ଅନୁରୋଧ କଲେ ରାକ୍ଷୀକୁ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ବାନ୍ଧିଦେବା ପାଇଁ |
ସେବାୟତମାନେ ରାକ୍ଷୀ ଦୁଇଟି ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ବାନ୍ଧି ଦେଉଥିବା ବେଳେ ପ୍ରଶାସକଙ୍କର ଆଖିକୋଣରୁ ଝରି ଯାଉଥାଏ ଧାର ଧାର ହୋଇ ଦୁଇଧାର ଲୁହ |
ସେବାୟତମାନେ ରାକ୍ଷୀ ଦୁଇଟି ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ ବାନ୍ଧି ଦେଉଥିବା ବେଳେ ପ୍ରଶାସକଙ୍କର ଆଖିକୋଣରୁ ଝରି ଯାଉଥାଏ ଧାର ଧାର ହୋଇ ଦୁଇଧାର ଲୁହ |
ଧନ୍ୟ ତୁମେ ଲୀଳାମୟ..
( ମୂଳଲେଖାଟି "ପ୍ରମେୟ" ଖବରକାଗଜରେ ପ୍ରକାଶିତ ହୋଇଥିଲା, ଯାହା ବହୁତ ହୃଦୟସ୍ପର୍ଶୀ ହୋଇଥିଲା | ଯେତିକି ମନେ ରଖିଛି ତାହାକୁ ନିଜ ଭାଷାରେ ଓ ନୂଆ ରୁପରେ ଲେଖିବାକୁ ଚେଷ୍ଟା କରିଛି ମାତ୍ର )
|| ଜୟ ଜଗନ୍ନାଥ ||
( ମୂଳଲେଖାଟି "ପ୍ରମେୟ" ଖବରକାଗଜରେ ପ୍ରକାଶିତ ହୋଇଥିଲା, ଯାହା ବହୁତ ହୃଦୟସ୍ପର୍ଶୀ ହୋଇଥିଲା | ଯେତିକି ମନେ ରଖିଛି ତାହାକୁ ନିଜ ଭାଷାରେ ଓ ନୂଆ ରୁପରେ ଲେଖିବାକୁ ଚେଷ୍ଟା କରିଛି ମାତ୍ର )
|| ଜୟ ଜଗନ୍ନାଥ ||
ବାଃ! ଅତି ସୁନ୍ଦର ଗପଟି! ଆପଣ ବି ଭଲରେ ମନେ ରଖିବା ଯୋଗୁଁ ଆମେ ଏହା ପଢିବାକୁ ପାଇଲୁ! ବହୁତ ଧନ୍ୟବାଦ! ଏମିତି ହି ଲେଖା ଜାରି ରହୁ!
ReplyDeleteଧନ୍ୟବାଦ | ଜୟ ଜଗନ୍ନାଥ :)
Deleteଏମିତି ଏକ ଲେଖାକୁ ଆମକୁ ପଢିବାକୁ ସୁଯୋଗ ଦେଇଥିବାରୁ, ଧନ୍ୟବାଦ । ସତରେ ସେ ହେଉଛନ୍ତି ସମସ୍ତଙ୍କର, କେତେବେଳେ କାହାପାଖରେ କେଉଁରୂପରେ ଆସନ୍ତି ତାହା କେହି ଜାଣିନାହାନ୍ତି ।।
ReplyDeleteଜୟ ଜଗନ୍ନାଥ | ବ୍ଲଗଟି ପଢି ପ୍ରତିକ୍ରିୟା ରଖିଥିବାରୁ ଧନ୍ୟବାଦ :)
Deleteପ୍ରଭୂଙ୍କ ଲୀଳା ବୁଝିବା ଆମ ପକ୍ଷେ ଅସମ୍ଭବ।
ReplyDeleteଜୟ ଜଗନ୍ନାଥ
Deleteମୋର ନିଜର କେହି ଭାଇ ନାହାନ୍ତି । ଛୋଟ ବେଳେ ରାକ୍ଷୀ ମୋ ପାଇଁ ବଡ ଦୁଃଖଦାୟକ ଥିଲା । କିନ୍ତୁ ବଡ ହେଲା ପରେ ମୁଁ ନିଜକୁ ବୁଝେଇଦେଇଥିଲି । ଏ ଲେଖାଟି ପୁଣି ମୋ ପିଲାଦିନ କଥା ମନେ ପକାଇଦେଲା ।
ReplyDeleteମତାମତ ପାଇଁ ଧନ୍ୟବାଦ :)
Deleteହୃଦୟଛୁଆଁ ...
ReplyDeleteଆବେଗଭରା...
ପ୍ରଶାସକଂକୁ ଅଶେଷ ଧନ୍ୟବାଦ-ଓଡିଆ ମନକୁ ବୁଝି ଥିବାରୁ ଆଉ ଆପଣଂକୁବି ଧନ୍ୟବାଦ ଏଭଳି ବିରଳ କାହାଣୀକୁ ଲେଖିବା ପାଇଁ...
ଧନ୍ୟବାଦ ସାର୍ | ଆଜି କମେଣ୍ଟଟି ଦେଖିଲି | ଖୁସି ଲାଗିଲା ଦେଖିକି :)
Deleteହୃଦୟ ଛୁଆଁ ଲେଖା ସାର
ReplyDelete